Your Language
ପିସିଓଏସ ବିଷୟରେ ସତ୍ୟ ଜାଣିବା
+ ପିସିଓଏସ୍ କହିଲେ କଣ ବୁଝାଏ ?
ଆଜିକାଲି ମହିଳାମାନେ ପ୍ରଜନନକ୍ଷମ ବୟସରେ (15-45 ବର୍ଷ ବୟସ୍କ) ସମ୍ମୁଖୀନ ହେଉଥିବା ଅତି ସାଧାରଣ ସମସ୍ୟାଗୁଡିକ ମଧ୍ୟରୁ ଗୋଟିଏ ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (PCOS) । କୁହାଯାଏ ଯେ ଭାରତରେ ପ୍ରଜନନକ୍ଷମ ବୟସର ପ୍ରାୟ 36% ମହିଳା ପିସିଓଏସରେ ଆକ୍ରାନ୍ତ ହୋଇଥାନ୍ତି । ପ୍ରଜନନକ୍ଷମ ବୟସବର୍ଗର ପ୍ରତି 4 ଜଣ ମହିଳାଙ୍କ ମଧ୍ୟରୁ ଜଣକ ଠାରେ ପଲିସିଷ୍ଟିକ୍ ଓଭାରି ରହିଛି । ଏପରି କି ଆଜିକାଲି କୌଣସି ସାମାଜିକ କିମ୍ବା ଗଣମାଧ୍ୟମ କ୍ଷେତ୍ରରେ ବହୁ ଚଚ୍ଚିର୍ତ ନାରୀ ସ୍ବାସ୍ଥ୍ୟର ବିଷୟବସ୍ତୁ ମଧ୍ୟରୁ ଗୋଟିଏ ହେଉଛି ପିସିଓଏସ୍ । ଏହି ସମସ୍ୟା ଖୁବ୍ ସାଧାରଣ ଏବଂ ଆମ ମଧ୍ୟରୁ କାହାକୁ ବି ହେଇପାରେଟ । ଏଠାରେ କେବଳ ଗୋଟିଏ ଜିନିଷ ବୁଝିବା ଦରକାର, ତାହା ହେଉଛି କିପରି ଆମେ ଏହାର ମୁକାବିଲା କରିବା ଏବଂ ଏହାଜନିତ ଜଟିଳତାକୁ ପ୍ରତିହତ କରିବା ଉଚିତ୍, କାରଣ ଚିକିତ୍ସା ନ କରି ଛାଡି ଦିଆଯାଇଥିବା ପିସିଓଏସ କାରଣରୁ ବନ୍ଧ୍ୟାତ୍ବ ହୋଇପାରେ ।

ପିସିଓଏସ ଚିହ୍ନଟ କରିବା ପାଇଁ ସହାୟକ ହେଉଥିବା ଲକ୍ଷଣ:
  • ବ୍ରଣ/ବ୍ରଣ ପରି ଘା /ମୁହଁ ଓ ଦେହରେ ଅବାଞ୍ଛିତ କେଶ ବୃଦ୍ଧି ପାଇବା ଅତ୍ୟଧିକ କେଶ ବୃଦ୍ଧି ପାଇବା
  • ମେଦବହୁଳତା/ ଓଜନ ବୃଦ୍ଧି
  • ଅନିୟମିତ ଋତୁଚକ୍ର
  • ଚର୍ମର ରଂଗ ପରିବର୍ତ୍ତନ, ବିଶେଷ କରି ବେକ ଓ କାଖ ତଳେ
  • ପଲିସିଷ୍ଟିକ୍ ଓଭାରି (ଓଭାରିରେ ସିଷ୍ଟ ଦେଖାଦେବା)- ଅଲ୍ଟ୍ରାସୋନୋଗ୍ରାଫି (ୟୁଏସଜି) ମାଧ୍ୟମରେ ଜଣାଯାଇପାରିବ ।

ପିସିଓଏସର ଲକ୍ଷଣଗୁଡିକ ଅଧିକାଂଶ କ୍ଷେତ୍ରରେ କିଶୋର ଅବସ୍ଥାର ଶେଷ ଆଡକୁ ଏବଂ ଯୌବନର ପ୍ରାଥମିକ ଅବସ୍ଥାରେ ଦେଖାଦେଇଥାଏ । ପିସିଓଏସକୁ ବହୁ ସମୟରେ ଭୁଲ୍ ଭାବରେ ଚିହ୍ନଟ କରାଯାଇଥାଏ କିମ୍ବା ବହୁ କ୍ଷେତ୍ରରେ ଅବାଞ୍ଚିତ କେଶବୃଦ୍ଧି ଏବଂ ବ୍ରଣ ଦେଖାଦେବାର ଲକ୍ଷଣ କାରଣରୁ ନିଜେ ନିଜେ ରୋଗୀ ରୋଗ ଚିହ୍ନଟ କରି ଏହାକୁ ପ୍ରସାଧନ ସମସ୍ୟା ବୋଲି ଧରିନେଇଥାନ୍ତି ।

ଅବଶ୍ୟ, ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ଋତୁଚକ୍ରରେ ସମସ୍ୟା ହେବା ପର୍ଯ୍ୟନ୍ତ କିମ୍ବା ସେମାନେ ଗର୍ଭଧାରଣ କରିବାରେ ଅସୁବିଧା ନ ଦେଖିବା ପର୍ଯ୍ୟନ୍ତ ଜାଣିପାରିନଥାନ୍ତି ଯେ ସେମାନେ ପିସିଓଏସସେ ରେ ଆକ୍ରାନ୍ତ ହୋଇଛନ୍ତି

1) ପଲିସିଷ୍ଟିକ୍ ଓଭାରିଜ୍ (ଓଭାରିରେ ସିଷ୍ଟର ବିକାଶ):
ପ୍ରତ୍ୟେକ ମହିଳାଙ୍କର ଜରାୟୁର ଉଭୟ ପାର୍ଶ୍ବରେ ଗୋଟିଏ ଲେଖାଏଁ ଡିମ୍ବାଶୟ ବା ଓଭାରି ରହିଛି । ପ୍ରତ୍ୟେକ ଡିମ୍ବାଶୟର ଆକାର ଏକ ବଡ଼ ଗୋଡି ଆକାରର । ଏହି ଡିମ୍ବାଶୟରେ ଡିମ୍ବ ଓ ବିଭିନ୍ନ ହର୍ମୋନ ତିଆରି ହୁଏ ।
ସାଧାରଣତଃ, ପ୍ରତ୍ୟେକ ଋତୁଚକ୍ର ସମୟରେ ବହୁତ ଛୋଟ ଛୋଟ ଫୋଲିକିଲ୍ ବା ଫଳିକା ଓଭାରିରେ ବଢ଼େ ଏବଂ ଡିମ୍ବରେ ପରିଣତ ହୁଏ । ଚକ୍ର-ମଧ୍ୟବର୍ତ୍ତୀ ସମୟରେ ଗୋଟିଏ ଡିମ୍ବ ଓଭାରି ମଧ୍ୟରୁ ନିର୍ଗତ ହୋଇ ଡିମ୍ବବାହିକା ନାଳୀରେ ପ୍ରବେଶ କରେ । ଏହାକୁ କୁହାଯାଏ ``ଡିମ୍ବକ୍ଷରଣ'' (ଓଭୁଲେସନ) ପ୍ରକ୍ରିୟା ଅନ୍ୟ ଫୋଲିକିଲ୍ଗୁଡିକ ଅଧିକ ପରିପକ୍ବ ହୋଇ ଫାଟିଯାଇଥାଏ ।
ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ, ଡିମ୍ବକ୍ଷରଣ ଘଟେ ନାହିଁ ଏବଂ ଡିମ୍ବ ଉନ୍ମୁକ୍ତ ହୁଏ ନାହିଁ । ଏହି ଫୋଲିକିଲ୍ଗୁଡିକ ଫାଟେ ନାହିଁ କିନ୍ତୁ ତରଳ ପଦାର୍ଥରେ ଭରି ରହେ ଓ ସିଷ୍ଟ୍ରେ ରୂପାନ୍ତରିତ ହୁଏ, ଯାହାକି ପେନ୍ଥାଏ ଅଙ୍ଗୁର୍ ପରି ଦିଶେ । ଏହି ଡିମ୍ବାଶୟ ଫୁଲି ଯାଇପାରେ, ବେଳେ ବେଳେ ସାଧାରଣ ତୁଳନାରେ ଦୁଇରୁ ପାଞ୍ଚ ଗୁଣ ବଡ଼ ହୋଇଯାଇପାରେ ।
ଆପଣଙ୍କ ଠାରେ ପଲିସିଷ୍ଟିକ୍ ଓଭାରି ରହିଛି କି ନା ଚିହ୍ନଟ କରିବା ପାଇଁ ଆପଣଙ୍କ ଡାକ୍ତର ଆପଣଙ୍କୁ ଅଲ୍ଟ୍ରା ସାଉଣ୍ଡ୍ ସ୍କାନ୍ କରିବା ପାଇଁ କହିପାରନ୍ତି ।

2) ଅନିୟମିତ ଋତୁଚକ୍ର:
ପ୍ରଜନନକ୍ଷମ ବୟସରେ ଜଣେ ମହିଳାଙ୍କର ଋତୁଚକ୍ର ହାରାହାରି 28 ଦିନର ହୋଇଥାଏ, ଅବଶ୍ୟ ଏହା 25 ରୁ 35 ଦିନ ମଧ୍ୟରେ ଭିନ୍ନ ଭିନ୍ନ ଦିନର ହୋଇପାରେ । ପିସିଓଏସରେ ଆକ୍ରାନ୍ତ ମହିଳାଙ୍କ ଠାରେ ସାଧାରଣତଃ ଋତୁଚକ୍ର 35 ଦିନରୁ ଅଧିକ ଦିନ ବ୍ୟବଧାନରେ (ଅନିୟମିତ ଋତୁଚକ୍ର) ଘଟିଥାଏ କିମ୍ବା ଆଦୌ ଦେଖାଦେଇନପାରେ ।
ଯଦି ଆମେ ନିକଟରେ ହୋଇଥିବା ବିଭିନ୍ନ ଅଧ୍ୟୟନକୁ ବିଚାର କରିବା, ପିସିଓଏସରେ ଆକ୍ରାନ୍ତ 99% ମହିଳାଙ୍କ ଠାରେ ଋତୁଚକ୍ରରେ ଅନିୟମିତତା ଦେଖାଦେଇଥାଏ ।
ଯଦି ଆପଣଙ୍କର ଋତୁଚକ୍ରରେ ଅନିୟମିତତା ରହିଛି, ଅଧିକ ବିଳମ୍ବ ହେବା ପୂର୍ବରୁ ପଦକ୍ଷେପ ନିଅନ୍ତୁ । ଦୟାକରି ଯଥାଶୀଘ୍ର ସମ୍ଭବ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।



3) ବ୍ରଣ ଏବଂ ମୁହଁ ଓ ଦେହରେ ଅବାଞ୍ଛିତ କେଶ ବୃଦ୍ଧି:
ପିସିଓଏସର ଅତ୍ୟନ୍ତ ସାଧାରଣ ଦେଖି ହେଉଥିବା ଲକ୍ଷଣଗୁଡିକ ମଧ୍ୟରୁ ଗୋଟିଏ ହେଉଛି ବ୍ରଣ ଦେଖାଦେବା ଏବଂ ମୁହଁ ଓ ଦେହରେ ଅବାଞ୍ଛିତ କେଶ ବୃଦ୍ଧି ବା ହିର୍ସୁଟିଜିମ୍ । ହିର୍ସୁଟିଜିମ୍ ହେଉଛି କେବଳ ଅତିରିକ୍ତ କେଶ ବୃଦ୍ଧି, ଯାହାକି ସାଧାରଣତଃ ଜଂଘରେ, ପିଠିରେ, ଛାତିରେ କିମ୍ବା ମୁହଁରେ ହୋଇଥାଏ । ବ୍ରଣ ସାଧାରଣତଃ ବେକରେ, ପିଠିରେ ଏବଂ ଛାତିରେ ଦେଖାଦିଏ । ପିସିଓଏସରେ ଆକ୍ରାନ୍ତ ପ୍ରାୟ 75% ମହିଳାଙ୍କ ଠାରେ ହିର୍ସୁଟିଜିମ୍ ଏବଂ ପ୍ରାୟ 34% ମହିଳାଙ୍କ ଠାରେ ବ୍ରଣ ଦେଖାଦେଇଥାଏ ।
ପିସିଓଏସରେ ଆକ୍ରାନ୍ତ ମହିଳାଙ୍କ ଠାରେ, ଓଭାରିଆନ୍ ସିଷ୍ଟ୍ କାରଣରୁ ହର୍ମୋନରେ ଅସନ୍ତୁଳନତା ଦେଖାଦେଇଥାଏ । ସେହି କାରଣରୁ ପୁରୁଷ ହର୍ମୋନ୍ (ଯେପରି କି ଟେଷ୍ଟୋଟେରୋନ୍) ଅଧିକ ନିର୍ଗତ ହୋଇଥାଏ । ଏହି ବଦ୍ଧିର୍ତ ପୁରୁଷ ହର୍ମୋନ କାରଣରୁ ବ୍ରଣ ଏବଂ ଅତିରିକ୍ତ କେଶ ବୃଦ୍ଧି ଦେଖାଦେଇଥାଏ।



4) ମେଦବହୁଳତା/ ଓଜନ ବୃଦ୍ଧି:
ମେଦବହୁଳତା କିମ୍ବା କ୍ରମାଗତ ଭାବରେ ଓଜନ ବୃଦ୍ଧି ହେଉଛି ପିସିଓଏସର ଏକ ସାଧାରଣ ବୈଶିଷ୍ଟ୍ୟ । ପିସିଓଏସରେ ଆକ୍ରାନ୍ତ ପ୍ରାୟ 50% ମହିଳା ମେଦବହୁଳ ହୋଇଥାନ୍ତି । ଖାଇବା ଅଭ୍ୟାସ ଏବଂ ପରିବର୍ତ୍ତନଶୀଳ ଜୀବନଶୈଳୀ ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କୁ ଅଧିକ ମେଦବହୁଳ କରିଦେଇଥାଏ ।
ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ଏକ ସାଧାରଣ ଲକ୍ଷଣ ହେଉଛି ମେଦବହୁଳତା, କାରଣ ତାଙ୍କର ଶରୀର ସୁଗାର/ ଗ୍ଲୁକୋଜ୍ ନିୟନ୍ତ୍ରଣକାରୀ ହର୍ମୋନ୍ ଇନ୍ସୁଲିନ୍ ପ୍ରତି ପ୍ରତିରୋଧକତା ଅଧିକ ହୋଇଥାଏ । ଏହି ଇନସୁଲିନ୍ ପ୍ରତି ପ୍ରତିରୋଧକତା କୋଷ ମଧ୍ୟରେ ସ୍ନେହସାର ଭାବରେ ଗଛିତ ସୁଗାର/ଗ୍ଲୁକୋଜ୍ ବ୍ୟବହାର କରିବାକୁ ପ୍ରତିହତ କରେ । ଏହି କାରଣରୁ ମେଦବହୁଳତା କିମ୍ବା ଓଜନ ବୃଦ୍ଧି ଦେଖାଦେଇଥାଏ ।
ମେଦବହୁଳତା ମଧ୍ୟ ଋତୁଚକ୍ରକୁ ପ୍ରଭାବିତ କରୁଥିବା ହର୍ମୋନ୍ଗୁଡିକ ମଧ୍ୟରେ ଅସନ୍ତୁଳନର କାରଣ ହୋଇଥାଏ, ଯଦି ଆପଣ ମେଦବହୁଳ ହୋଇଥାନ୍ତି କିମ୍ବା ଆପଣଙ୍କ ଓଜନ ଅଧିକ ହୋଇଥାଏ ତେବେ ଆପଣଙ୍କୁ ଓଜନ ହ୍ରାସ କରିବା ପାଇଁ ଏବଂ ସୁସ୍ଥ ଆହାର ସେବନ କରିବା ପାଇଁ ପରାମର୍ଶ ଦିଆଯାଏ ।

5) ତ୍ବଚାର ରଂଗ ପରିବର୍ତ୍ତନ ବିଶେଷ କରି ବେକରେ ଏବଂ କାଖରେ:
ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କର ବେକ ପଛପଟେ, କାଖ ତଳେ, କପାଳରେ, ସମ୍ଭବତଃ ଶରୀରର ଅନ୍ୟାନ୍ୟ ଅଂଶରେ ଚର୍ମରେ କଳା ପଟି ଦାଗ ଦେଖାଦେଇପାରେ । ଏହା ମୁଖ୍ୟତଃ ରକ୍ତରେ ଅଧିକ ପରିମାଣର ଇନସୁଲିନ୍ କାରଣରୁ ହୋଇଥାଏ । ତୁରନ୍ତ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କର ପରାମର୍ଶ ନେବା ପାଇଁ କୁହାଯାଏ ।







6) ବନ୍ଧ୍ୟାତ୍ବ:
ବନ୍ଧ୍ୟାତ୍ବର ଅର୍ଥ ହେଉଛି ଗର୍ଭଧାରଣରେ ଅସୁବିଧା । ପିସିଓଏସ ହେଉଛି ବର୍ତ୍ତମାନ ସମୟର ବନ୍ଧ୍ୟାତ୍ବର ଏକ ଅତ୍ୟନ୍ତ ସାଧାରଣ କାରଣ । ଯେହେତୁ ଋତୁଚକ୍ରରେ ଅନିୟମିତତା କିମ୍ବା ଋତୁଚକ୍ର ନ ହେବା, ପିସିଓଏସରେ ଆକ୍ରାନ୍ତ ମହିଳାଙ୍କ କ୍ଷେତ୍ରରେ ଡିମ୍ବ କ୍ଷରଣ (ଡିମ୍ବାଶୟରେ ଡିମ୍ବ ସୃଷ୍ଟି ହୋଇ ଉନ୍ମୁକ୍ତ ହେବା) ନ ହେବା ସହିତ ସଂପକିର୍ତ ହୋଇଥାଏ, ଏହା ଗର୍ଭଧାରଣର ସମ୍ଭାବନା ହ୍ରାସ କରିଥାଏ ।
ଯଦି ଆପଣଙ୍କର ଗର୍ଭଧାରଣରେ ଅସୁବିଧା ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଏହା ପିସିଓଏସ ହୋଇପାରେ ।




+ ଚିକିତ୍ସା କରାଯାଇନଥିବା ପିସିଓଏସର ପ୍ରଭାବଗୁଡିକ କଣ ?
ପିସିଓଏସ ବିଷୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୁଝିବାର ବିଷୟ ହେଉଛି ଏହା କେବଳ ଏକ ପ୍ରସାଧନ କିମ୍ବା ଋତୁଚକ୍ର ସଂପକିର୍ତ ସମସ୍ୟା ନୁହେଁ । ଏହା ବିଭିନ୍ନ ଦୀର୍ଘକାଳିନ ସମସ୍ୟା ଦେଖାଦେବାର ଆଶଙ୍କା ସଂପକିର୍ତ ହୋଇପାରେ । ଜଣେ ପିସିଓଏସରେ ଆକ୍ରାନ୍ତ ମହିଳା ଲକ୍ଷଣ ଦେଖାନଯାଉଥିଲେ ମଧ୍ୟ ନିୟମିତ ଭାବରେ ରଜନିଷ୍କୃତି ପର୍ଯ୍ୟନ୍ତ ଜଣେ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କ ନିକଟରୁ ସ୍ବାସ୍ଥ୍ୟ ଯାଂଚ୍ କରାଇନେବା ଦରକାର ।

ଚିକିତ୍ସା କରାଇନଥିବା ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ନିମ୍ନଲିଖତ୍ତ ଅବସ୍ଥା ବା ରୋଗ ଦେଖାଦେବାର ଆଶଙ୍କା ଅଧିକ ରହିଥାଏ:
  • ବନ୍ଧ୍ୟାତ୍ବ/ଗର୍ଭଧାରଣ କରିବାକୁ ଅସମର୍ଥ
    ପୂର୍ବରୁ ଆଲୋଚିତ ହୋଇଛି ପିସିଓଏସ ହେଉଛି ବନ୍ଧ୍ୟାତ୍ବ କିମ୍ବା ଗର୍ଭଧାରଣ କରିବାରେ ଅସମର୍ଥ ହେବାର ଏକ ସାଧାରଣ କାରଣ । ତେଣୁ ଭବିଷ୍ୟତରେ ବନ୍ଧ୍ୟାତ୍ବର ଆଶଙ୍କା ଏଡାଇବା ପାଇଁ ପିସିଓଏସକୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯିବା ଆବଶ୍ୟକ ।








  • ମଧୁମେହ
    ପିସିଓଏସରେ ଆକ୍ରାନ୍ତ ପ୍ରାୟ 50% ମହିଳା 40 ବର୍ଷ ବୟସର ହେବା ବେଳକୁ କିମ୍ବା ତାହା ପୂର୍ବରୁ ମଧୁମେହରେ ଆକ୍ରାନ୍ତ ହୋଇପାରନ୍ତି । ତେଣୁ ଯଦି ଆପଣଙ୍କର ପିସିଓଏସ ରହିଛି, ଏହା ସୁପାରିଶ୍ କରାଯାଏ ଯେ ମଧୁମେହ ପ୍ରତିହତ କରିବା ପାଇଁ ବ୍ୟାୟାମ କରନ୍ତୁ ଏବଂ ଆହାର ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ ।







  • ଉଚ୍ଚ ରକ୍ତ କୋଲେଷ୍ଟ୍ରଲ୍ ଏବଂ ହୃତ୍ପିଣ୍ଡ ରକ୍ତବାହୀ ନାଳୀ ରୋଗ
    ପିସିଓଏସ ମହିଳାମାନଙ୍କ ଠାରେ ଉଚ୍ଚ ରକ୍ତ କୋଲେଷ୍ଟ୍ରଲ୍ ଦେଖାଦେବାର ଆଶଙ୍କା ଅଧିକ ରହିଥାଏ, କାରଣ ହୃତ୍ପିଣ୍ଡ ରକ୍ତବାହୀ ନାଳୀ ରୋଗ କୋଲେଷ୍ଟ୍ରଲ୍ ସହିତ ଘନିଷ୍ଠ ଭାବରେ ସଂପକିର୍ତ । ଏପରି ରୋଗର ଆଶଙ୍କା (ହୃତ୍ଘାତ) ପିସିଓଏସରେ ଆକ୍ରାନ୍ତ ମହିଳାଙ୍କ ଠାରେ ଅଧିକ ହୋଇଥାଏ ।







  • ଗର୍ଭାବସ୍ଥାରେ ଜଟିଳତା
    ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ଗର୍ଭାବସ୍ଥାରେ ଜଟିଳତା ଦେଖାଦେବାର ଆଶଙ୍କା ଅଧିକ ରହିଥାଏ । ଉଦାହରଣ ସ୍ବରୂପ ଖୁବ୍ ଶୀଘ୍ର ସନ୍ତାନ ପ୍ରସବ ହୋଇଯିବା କିମ୍ବା ଗର୍ଭାବସ୍ଥାରେ ଉଚ୍ଚ ରକ୍ତ ଶର୍କରା ରହିବା (ପ୍ରି-ଏକ୍ଲାମ୍ପସିଆ) ଯଦି ଆପଣଙ୍କ ଠାରେ ପିସିଓଏସ ରହିଛି, ଆପଣ ନିୟମିତ ଭାବରେ ଆପଣଙ୍କର ଯାଂଚ୍ କରାଇନେବା ଉଚିତ୍ ।







  • ଇଣ୍ଡୋମେଟ୍ରିଆଲ୍ କ୍ୟାନ୍ସର/ ଜରାୟୁର ଆସ୍ତରଣରେ କର୍କଟ
    ଯେପରି ଆଲୋଚନା କରାଯାଇଛି ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ ଋତୁଚକ୍ରରେ ଅନିୟମିତତା କିମ୍ବା ଋତୁଚକ୍ର ନ ହେବା ଦେଖାଯାଇଥାଏ । ଏଣୁ ସେମାନଙ୍କ ଠାରେ ଜରାୟୁ ଆସ୍ତରଣରେ କର୍କଟ ଦେଖାଦେବାର ଆଶଙ୍କା ଅଧିକ ରହିପାରେ ।







ତେଣୁ ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ଠାରେ ପିସିଓଏସ ଥାଇପାରେ, ଦୟାକରି ଆପଣଙ୍କ ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁ ନାହିଁ । ଏହି ସାଧାରଣ ସମସ୍ୟାଗୁଡିକର ବ୍ୟତୀତ ଆପଣଙ୍କ ଜୀବନ ପଥରେ କେତେ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ହୃଦୟଙ୍ଗମ କରନ୍ତୁ ।

+ ପିସିଓଏସର କାରଣଗୁଡିକ କଣ?
ଆମେ ଜାଣିଛେ ଯେ ପିସିଓଏସ ହେଉଛି ଏକ ବହୁ କାରଣଯୁକ୍ତ ରୋଗ । ନିମ୍ନରେ ପିସିଓଏସର ସମ୍ଭାବ୍ୟ କାରଣଗୁଡିକ ଦିଆଯାଇଛି ।
  • ଜୀବନଶୈଳୀରେ ପରିବର୍ତ୍ତନ: ଅସ୍ବାସ୍ଥ୍ୟକର ଖାଦ୍ୟ ଯେପରି କି ଜଙ୍କ୍ ଫୁଡ୍ ଖାଇବା ଏବଂ ବ୍ୟାୟାମର ଅଭାବ କାରଣରୁ ମହିଳାମାନଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ଦେଖାଯାଇଥାଏ । ମେଦବହୁଳତା କିମ୍ବା ଓଜନ ବୃଦ୍ଧି କାରଣରୁ ଆପଣଙ୍କ ଋତୁଚକ୍ରକୁ ପ୍ରଭାବିତ କରୁଥିବା ହର୍ମୋନ୍ଗୁଡିକ ମଧ୍ୟରେ ଅସନ୍ତୁଳନ ଦେଖାଦେଇଥାଏ ।
  • ଇନସୁଲିନ୍ ପ୍ରତି ପ୍ରତିରୋଧକତା: 50-80% ଘଟଣାରେ ଇନସୁଲିନ୍ ପ୍ରତିରୋଧକତା ମୁଖ୍ୟ କାରଣ ହୋଇଥାଏ । ଏହା ମଧ୍ୟ ମହିଳାମାନଙ୍କର ଓଜନ ବଢ଼ାଇଦେଇଥାଏ, ଯାହାକି ପିସିଓଏସର ଲକ୍ଷଣକୁ ଆହୁରି ତୀବ୍ର କରେ ।
  • ହର୍ମୋନ୍ରେ ଅସନ୍ତୁଳନ: ପିସିଓଏସରେ ଆକ୍ରାନ୍ତ ମହିଳାମାନଙ୍କ ଠାରେ କେତେକ ନିଦ୍ଦିର୍ଷ୍ଟ ହର୍ମୋନ୍ର ଅସନ୍ତୁଳନତା ସାଧାରଣତଃ ଦେଖାଦେଇଥାଏ ।
  • ପାରିବାରିକ ଇତିହାସ: ଯଦି କୌଣସି ମହିଳାଙ୍କର ମାଆ, ମାଉସୀ କିମ୍ବା ଭଉଣୀଙ୍କର ପିସିଓଏସ ଥାଏ, ତେବେ ତାଙ୍କ ଠାରେ ଏହା ଦେଖାଦେବାର ଆଶଙ୍କା ଅଧିକ ରହିଥାଏ ।

+ କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ ?
ଯଦି ଆପଣ ପିସିଓଏସର ଏକ ବା ଅଧିକ ଲକ୍ଷଣ ବା ଚିହ୍ନ ଯେପରି କି ବ୍ରଣ, କିମ୍ବା ଅନାବଶ୍ୟକ କେଶ ବୃଦ୍ଧି ପରି ସମସ୍ୟାରେ ଆକ୍ରାନ୍ତ ତେବେ ଦୟାକରି ନିକଟସ୍ଥ ଡାକ୍ତର (ସ୍ତ୍ରୀ-ରୋଗ ବିଶେଷଜ୍ଞ)ଙ୍କ ନିକଟକୁ ଯାଆନ୍ତୁ । କାରଣ ପିସିଓଏସ ବନ୍ଧ୍ୟାତ୍ବ, ମଧୁମେହ, ହୃତ୍ପିଣ୍ଡ ରକ୍ତବାହୀ ନାଳୀ ରୋଗ ଏବଂ ଗର୍ଭାବସ୍ଥାରେ ଜଟିଳତା ଇତ୍ୟାଦି ପରି ବହୁ ଦୀର୍ଘକାଳୀନ ସମସ୍ୟା ଆଶଙ୍କା ବଢ଼ାଇ ଦେଇପାରେ ।

ପିସିଓଏସର ଶୀଘ୍ର ଚିହ୍ନଟ ଫଳରେ ଆପଣଙ୍କର ବନ୍ଧ୍ୟାତ୍ବ ପରି ଭବିଷ୍ୟତର ଦୀର୍ଘକାଳୀନ ସମସ୍ୟା ପ୍ରତିହତ କରାଯାଇପାରିବ । ତେଣୁ ଖୁବ୍ ବିଳମ୍ବ ହେବା ପୂର୍ବରୁ ପଦକ୍ଷେପ ନିଅନ୍ତୁ


+ ପିସିଓଏସର ଚିକିତ୍ସାଗୁଡିକ କଣ?
ପିସିଓଏସର ଚିକିତ୍ସା ପାଇଁ ବିଭିନ୍ନ ଉପାୟ ରହିଛି । ଏହା ଲକ୍ଷଣର ଗମ୍ଭୀରତା ଉପରେ ନିର୍ଭର କରିପାରେ ।

ଜୀବନଶୈଳୀରେ ପରିବର୍ତ୍ତନ

ପିସିଓଏସରେ ଆକ୍ରାନ୍ତ ମହିଳାମାନେ ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ କରି ଏହାର ଚିକିତ୍ସା କରିପାରିବେ । ତେଣୁ ଜୀବନଶୈଳୀ ପରିଚାଳନା ପିସିଓଏସରେ ଆକ୍ରାନ୍ତ ସମସ୍ତ ମହିଳାଙ୍କ ପାଇଁ ଗୁରୁତ୍ବପୂର୍ଣ, ସେ ମୋଟା ହୁଅନ୍ତୁ କି ପତଳା ।

ଏକ ସୁସ୍ଥ ଆହାର ଗ୍ରହଣ କରିବା ନିଶ୍ଚିତ କରେ ଯେ ଆପଣ ସୁସ୍ଥ ଭାବରେ ବିଭିନ୍ନ ପୋଷକତତ୍ବ, ଭିଟାମିନ୍ ଏବଂ ଖଣିଜତତ୍ବ ସେବନ କରୁଛନ୍ତି ଏବଂ ଏହା ଆପଣଙ୍କର ଦୀର୍ଘକାଳୀନ ରୋଗ ଯେପରି କି ମଧୁମେହ, ହୃତ୍ପିଣ୍ଡ ରକ୍ତବାହୀ ନାଳୀ ରୋଗର ଆଶଙ୍କା ହ୍ରାସ କରିପାରିବ ।

ଏକ ନିମ୍ନ (ଜି.ଆଇ.) ଆହାର ସେବନ କରନ୍ତୁ: କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜି.ଆଇ.) ରହିଥିବା ଖାଦ୍ୟ ଖାଇବା ଦ୍ବାରା ଜଣେ ନିଜର ରକ୍ତ ଶର୍କରା ସନ୍ତୁଳିତ କରିପାରିବେ ଏବଂ ପିସିଓଏସ ଲକ୍ଷଣଗୁଡିକରେ ଉନ୍ନତି ଆଣିପାରିବେ । ନିମ୍ନ ଜିଆଇ ଖାଦ୍ୟଗୁଡିକ ଅନ୍ତର୍ଭୁକ୍ତ କରେ, ଗୋଟା ଶସ୍ୟ, ଲିନ୍ ପ୍ରୋଟିନ୍, ବାଦାମ ଜାତୀୟ ଖାଦ୍ୟ ଏବଂ ବୀଜ ଜାତୀୟ ଶସ୍ୟ ଏବଂ ପ୍ରଚୁର ପରିମାଣରେ ତାଜା ଫଳ ଓ ଅଣ-ମଣ୍ଡଯୁକ୍ତ ପନିପରିବା । ଆପଣଙ୍କ ନିଦ୍ଦିର୍ଷ୍ଟ ଆବଶ୍ୟକତା ପାଇଁ ଶ୍ରେଷ୍ଠ ଖାଦ୍ୟ ବିକଳ୍ପ ବିଷୟରେ ଅଧିକ ଜାଣିବା ପାଇଁ ଆପଣଙ୍କ ଡାକ୍ତର କିମ୍ବା ନ୍ୟୁଟ୍ରିସନିଷ୍ଟଙ୍କ ସହିତ ନିଶ୍ଚୟ କଥାବାର୍ତ୍ତା କରନ୍ତୁ ।





ଦିନରେ ଅଧିକ ଥର, ଥରକରେ କମ୍ ଖାଆନ୍ତୁ: ଦିନକ ମଧ୍ୟରେ ଅଳ୍ପ ପରିମାଣର ବହୁତ ଥର ଖାଇବା ଫଳରେ ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିପାରେ । ଆପଣ ପ୍ରତି ତିନି-ଚାରି ଘଣ୍ଟା ବ୍ୟବଧାନରେ ଖାଦ୍ୟ ଖାଇବା ପାଇଁ ଯୋଜନା କରିବା ଉଚିତ୍ ।








ଅଧିକ ପାଣି ପିଅନ୍ତୁ: ଇନସୁଲିନ୍ ପ୍ରତିରୋଧକତା କାରଣରୁ, ପିସିଓଏସରେ ଆକ୍ରାନ୍ତ ମହିଳାଙ୍କର ଜଳ ଓଜନ ବୃଦ୍ଧି କିମ୍ବା ଶୀଘ୍ର ଜଳହାନୀ ଅନୁଭବ କରିପାରନ୍ତି । ତେଣୁ, ଆପଣ ଦିନକ ମଧ୍ୟରେ ଅତି କମ୍ରେ 8 ଗ୍ଲାସ ପାଣି ପିଇବା ଗୁରୁତ୍ବପୂର୍ଣ ।








ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମ ଆପଣଙ୍କର ଶକ୍ତି ସ୍ତର ବୃଦ୍ଧି କରେ, ଆତ୍ମବିଶ୍ବାସରେ ଉନ୍ନତି ଆଣେ ଏବଂ ଚାପ ହ୍ରାସ କରେ। ସରକାରୀ ନିର୍ଦ୍ଦେଶାବଳି ସୁପାରିଶ୍ କରେ ଯେ ଦୈନିକ 30ରୁ 60 ମିନିଟ୍ର ଶାରୀରିକ କାର୍ଯ୍ୟକଳାପ ଓଜନ ବଜାୟ ରଖିବାରେ ସହାୟକ ହୋଇଥାଏ । ପ୍ରତିଦିନ ଅତି କମ୍ରେ 90 ମିନିଟ୍ର ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଆଯାଏ ।






କେବଳ ଏକ ସରଳ ଆହାର ଚାର୍ଟ ଅନୁସରଣ କରିବା ପରିବର୍ତ୍ତେ, ସନ୍ତୁଳିତ ଆହାର ସହିତ ଶାରୀରିକ କାର୍ଯ୍ୟକଳାପ କିମ୍ବା ବ୍ୟାୟାମ ଓଜନ ପରିଚାଳନାରେ ଯଥେଷ୍ଟ ସହାୟକ ହୋଇଥାଏ ।

ପିସିଓଏସରେ ଆକ୍ରାନ୍ତ ମେଦବହୁଳ ଏବଂ ଅଧିକ ଓଜନବିଶିଷ୍ଟ ମହିଳାମାନେ ଯିଏ କି ଓଜନ କମ୍ କରି ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତି ସେମାନଙ୍କ ଠାରେ ଦିର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ଯେପରି କି ମଧୁମେହ ଏବଂ ହୃତ୍ପିଣ୍ଡ ରକ୍ତବାହୀ ନାଳୀ ରୋଗର ଆଶଙ୍କା ଯଥେଷ୍ଟ ହ୍ରାସ ପାଏ ।

ଔଷଧ ସେବନ:

ଯଦି ଆପଣ ପିସିଓଏସରେ ଆକ୍ରାନ୍ତ ତେବେ ଆପଣଙ୍କ ଡାକ୍ତର ଆପଣଙ୍କୁ ଇନସୁଲିନ୍ ହ୍ରାସକାରୀ ଔଷଧ ଯେପରି କି ମାୟୋ-ଇନୋସିଟୋଲ୍ ଏବଂ ମେଟ୍ଫର୍ମିନ୍, ପ୍ରତିରୋଧକାରୀ-ପୁରୁଷ ହର୍ମୋନ୍ ଔଷଧ, ଜନ୍ମ ନିରୋଧକ ବଟିକା, ଡିମ୍ବ କ୍ଷରଣ ଉତ୍ତପ୍ରେରଣକାରୀ ଔଷଧ, ଭିଟାମିନ୍ ଡି ପରିପୂରକ ଇତ୍ୟାଦି ସେବନ କରିବାକୁ କହିପାରନ୍ତି । ଯଦି ରୋଗୀ ଉପରୋକ୍ତ ଚିକିତ୍ସା ପ୍ରତି ସୁପ୍ରଭାବ ପ୍ରଦର୍ଶନ କରନ୍ତି ନାହିଁ, ଡାକ୍ତର ଆପଣଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇପାରନ୍ତି ।

ଦୟାକରି କୌଣସି ଔଷଧ ସେବନ କରିବା ପୂର୍ବରୁ ଆପଣଙ୍କ ନିକଟସ୍ଥ ସ୍ତ୍ରୀ-ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।
Social   |     |     |